ତତ୍କାଳୀନ ସତ୍ୟ

ଓଡ଼ିଆ ସାହିତ୍ୟ

ତତ୍କାଳୀନ ସତ୍ୟ
ଲିଖନ ପଦ୍ଧତି ସଂସ୍କାର ଥିଲେ ହେଁ ଖୁବ୍‌ ଦରକାର କେହି ନ ହେଲେ ଆଗଭର ଦିଶିବ ଆହୁରି ବିକାର ସାହିତ୍ଯ ହେଲେ ସୀମାବଦ୍ଧ ଭାଷା ନ ରହେ ନିରାପଦ ଭାବର ସ୍ବଚ୍ଛଂଦ ପ୍ରକାଶ ନ ହେଲେ ଭାଷା ହୁଏ ନାଶ ଯଶମଂଡିତ ଯେତେ କବି କେବଳ ନିଜ କଥା ଭାବି ଯାହା ବି ଲେଖିଛଂତି ଥୋଇ ବହି ଥାକରେ ଥାଏ ରହି ଗଚ୍ଛିତ ବହୁ ଗ୍ରଂଥାବଳି ଉପରେ ଜମିଗଲେ ଧୂଳି ଭାଷା ବି ଯାଇଥାଏ ଟଳି ଏ କଥା ବୁଝୁନୁ କିଭଳି ସାହିତ୍ୟ ଛାତ୍ର ଗବେଷକ ହୁଅଂତି ଭୀରୁ ପ୍ରଶଂସକ କରଂତି ମହିମା ମଂଡିତ ସ୍ବଭାଷା ହେଉଛି ଦଂଡିତ ଅବାଧ ପ୍ରବାହିତ ଜଳ ସବୁଠି ସର୍ବଦା ନିର୍ମଳ ଅବାଧ ଭାଷା ବି ସରଳ ଲୋକଂକୁ ଦିଏ ମନୋବଳ ସାହିତ୍ୟ କୃତି ସଂଶୋଧନ କେବେ ବି ନୁହେ ସମୀଚୀନ କବି ଲିଖିତ ପଦାବଳି ବ୍ୟାଖ୍ୟା ବଳରେ ରହେ ଚଳି ପଢ଼ିଲେ ସେବର ସାହିତ୍ଯ ଦିଶିବ ତତ୍କାଳୀନ ସତ୍ୟ ଏବେ ହେଉନି ପ୍ରଚଳିତ ନୁହଇ ଏ ତଥ୍ୟ ଅସତ୍ୟ ତତ୍କାଳୀନକୁ ଆଧୁନିକ ବୋଲି ମାନଂତିନାହିଁ ଲୋକ ତେଣୁ ତ ଲେଖକ ଓ କବି ଲେଖଂତି ଏବେ ଦେଖା ଛବି କାଳାନୁସାରୀ ହେଲେ ଭାଷା ଲାଗଇ ସୁବୋଧ୍ୟ ସରସା ସେ ଭାଷା ହୁଅଇ ଆଦୃତ ସୁଂଦର ହୁଏ ଭବିଷ୍ଯତ ତତ୍କାଳୀନକୁ ଚିରଂତନ କରିବା ସବୁ ଚେଷ୍ଟାମାନ ସର୍ବଦା ହୋଇଛି ବିଫଳ ସାକ୍ଷୀ ରହିଛି ମହାକାଳ

What's Your Reaction?

like

dislike

love

funny

angry

sad

wow